କୋମ୍ବିଂ ଅପରେଶନ ବେଳେ ମହୁମାଛି ଆକ୍ରମଣରେ ୫ ଯବାନ ଆହତ

ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏସ୍‌ଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୫ ଜଣ ଏସ୍‌ଓଜି
ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ସୁମନ୍ତ ଶ୍ରେଷ୍ଠା, ଗଜାନନ ଶବର, ରମେଶ ଗୌଡ, କାଳିଆ ମୋହଲା ଏବଂ ହେମରାଜ ଚନ୍ଦନ। ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଏହି ସମୟରେ ଥାନା ଏଏସ୍‌ଆଇ ଅଶୋକ କୁମାର ପାଳ ଉପସ୍ଥିତ ରହିଥିଲେ।