Categories: କଟକ

କୋରକୋରାର ବୋରିକ ମେଲଣ ସ୍ଥଗିତ

କଣ୍ଟାପଡା,୩।୪(ଡି.ଏନ.ଏ.):- କଟକସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ବୋରିକ ମେଲଣକୁ ମହାମାରୀ କୋରନା ଯୋଗୁ ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଚଳିତ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଲଣକୁ ସ୍ଥଗିତ ରଖିବାପାଇଁ ମେଲଣ କମିଟି ପକ୍ଷରୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ମେଲଣ ବନ୍ଦ ପାଇଁ କମିଟି ସଭାପତି ବୈଦ୍ୟନାରାୟଣ ସ୍ବାଇଁ, ଉପଦେଷ୍ଟା ପ୍ରଦୀପ ସ୍ବାଇଁ, ସାଧାରଣ ସମ୍ପାଦକ ସମୀର ସାମନ୍ତରାୟ, ସହସମ୍ପାଦକ ଆଲୋକ ସ୍ବାଇଁଙ୍କ ସମେତ ସୁଦର୍ଶନ ପଣ୍ଡା, ନରୋତ୍ତମ ପାତ୍ର, ଅଜୟ ବିଶ୍ୱାଳ, ନୀଳକଣ୍ଠ ଦଳାଇ ପ୍ରମୁଖ ସଦସ୍ୟ ସହମତି ପ୍ରକାଶ କରିଥିଲେ।