Categories: ଗଞ୍ଜାମ

କୋରମ୍‌ ଅଭାବରୁ ପଞ୍ଚାୟତ ବୈଠକ ବାତିଲ

ପାତ୍ରପୁର, ୧୦ା୧୨ (ଡି.ଏନ୍‌.ଏ.): ପାତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସେମାବାର ଚାଲିଥିବା ବୈଠକକୁ କୋରମ୍‌ ଅଭାବରୁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ୩ ସନ୍ତାନ ଥିବା ଦର୍ଶାଇ ପରାଜିତ ସରପଞ୍ଚ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତରେ ମାମଲା ରୁଜୁ କରିଥିଲେ। ଗତ ସପ୍ତାହରେ କୋର୍ଟ ପକ୍ଷରୁ ଉକ୍ତ ରାୟ ପରାଜିତ ସରପଞ୍ଚ ଅମ୍ବିକା ବିଷୋୟୀଙ୍କ ପକ୍ଷରେ ଯାଇଥିଲା। ଏନେଇ ସୋମବାର ନୂତନ ସରପଞ୍ଚ ଭାବେ ଦାଇତ୍ୱ ନେଇଥିବା ଅମ୍ବିକା ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ ଡ଼କାଇଥିଲେ। ହେଲେ ୨୩ ୱାର୍ଡ଼ ସଭ୍ୟ ଥିବା ପଞ୍ଚାୟତରୁ ମାତ୍ର ୫ ଜଣ ୱାର୍ଡ଼ ସଭ୍ୟସଭ୍ୟା ଯୋଗ ଦେଇଥିଲେ। ଯାହାକୁ ନେଇ ବୈଠକକୁ ବାତିଲ୍‌ କରାଯାଇଥିଲା।