କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ

କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍‌ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ ପଡାଲ ୪୭,୯୧୪ ଭୋଟ ପାଇଥିବାବେଳେ କୃଷ୍ଣ କୁଲଦୀପ ୪୧,୬୯୦ ଭୋଟ ପାଇଛନ୍ତି। ସେହିପରି ଭାଜପାର ତ୍ରିପୁରାରୀ ଗରଡ଼ାଙ୍କୁ ୩୩,୫୦୪, ଧନୁର୍ଯ୍ୟୟ ହନ୍ତାଳଙ୍କୁ ୧,୭୧୫, ରାମ ବାରିକ ୧,୮୧୨, ଖଗପତି ଖୋସଲା ୧,୭୦୯, ନବକିଶୋର ବାଘ ୧,୮୬୮ ଭୋଟ ପାଇଛନ୍ତି। ୩,୨୨୨ ଭୋଟ ନୋଟାକୁ ଯାଇଛି।

Share