କୋରାପୁଟ,୧୫।୮(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସ ପଡ଼ିଆରେ ଜିଲାସ୍ତରୀୟ ସଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ସହିତ କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ୩୫ଟି ଦଳ ଏହି ପରେଡ୍ ଅଂଶଗ୍ରହଣ କରିଥିଲେ।