ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ରାଜ୍ୟରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଦ୍ୱୟ କୋରାପୁଟ ଓ ବାଲେଶ୍ୱର ଜିଲାର। ତେବେ କୋରାପୁଟ ଜିଲା ଦଶମନ୍ତପୁରର ଆକ୍ରାନ୍ତ ଜଣେ ୨୨ ବର୍ଷୀୟ ସ୍ବାସ୍ଥ୍ୟକର୍ମୀ। ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଏପ୍ରିଲ ୧୪ ତାରିଖରେ କୋଲକାତାରୁ ଫେରି କାର୍ଯ୍ୟରେ ଯୋଗଦେବକୁ ଯାଇଥିଲେ। ମାତ୍ର କୋଲକାତାରୁ ଆସିଥିବାରୁ ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ତେବେ ସେ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଇ ନ ଥିଲା। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ସ୍ବାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେବା ରାଜ୍ୟରେ ପ୍ରଥମ ଘଟଣା।