ରାୟଗଡ଼ା ଅଫିସ,୬ା୫: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ୍ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଚିରୁକାପଲ୍ଲୀ ରେଳଷ୍ଟେଶନଠାରେ ରେଳ ଲାଇନରେ ପଥର ଧସିବାରୁ ଏହି ପଥରଗୁଡିକୁ ରାସ୍ତାରୁ ହଟାଇ ସଫା କରିବା ପାଇଁ ୩୦ ଜଣ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ପଥର ସଫା କରିବା ସମୟରେ ପଥର ଭିତରେ ଚାପି ହୋଇ ୭ ଜଣ ରହିଯାଇଥିଲେ। ସେଥିମଧ୍ୟରୁ ଜଣେ ରେଳ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାତାରା ବିରା ସ୍ବାମୀ, ଚୁକା ସୁରୀ ବାବୁ, ରେଳ କର୍ମଚାରୀ ସୁରେଶ। ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଶାଖାପାଟଣାସ୍ଥିତ ଏକ କର୍ପୋରେଟ ହସ୍ପିଟାଲରେ ଚିକିତ୍ସା କରାଯାଉଛି l ଏନେଇ ବିଶାଖାପାଟଣା ରେଳ ଡିଭିଜନ ପିଆରଓପି ଜୟ ରାମ ସୂଚନା ଦେଇଛନ୍ତି।