Advertisement

ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୫ଟି ସଚିବ ବିଭିନ୍ନ ଜିଲାର କୋଭିଡ ହସ୍ପିଟାଲକୁ ବୁଲି ତଦାରଖ କରୁଛନ୍ତି।

ଇତିମଧ୍ୟରେ ଗୁରୁବାର ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭି.କେ.ପାଣ୍ଡିୟନ କୋରାପୁଟ ଜିଲା ଗସ୍ତ କରିଛନ୍ତି। କୋରାପୁଟର ଜୟପୁରଠାରେ ଏକମାତ୍ର ନିର୍ମିତ ହୋଇଥିବା କୋଭିଡ ଚିକିତ୍ସାଳୟକୁ ସୁରେଶ ମହାପାତ୍ର ଓ ପାଣ୍ଡିଆନ ତଦାରଖ କରିଥିଲେ। ଏହାପରେ ହେଲିକପ୍ଟର ଯୋଗେ ମାଲକାନଗିରି ଓ ନବରଙ୍ଗପୁର ଯାତ୍ରା କରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share