କୋରାପୁଟ,୭।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ୧୫୯୫.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ଦଶମନ୍ତପୁର ବ୍ଲକରେ ସର୍ବାଧିକ ୧୮୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି ଜିଲାର ବୈପାରୀଗୁଡ଼ା ବ୍ଲକରେ ୧୪୬ ମିମି ବର୍ଷା ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୪୫ ମିମି, ଜୟପୁରରେ ୧୪୪.୮ ମିମି, କୋରାପୁଟରେ ୧୩୮.୨ ମିମି, ବନ୍ଧୁଗାଁରେ ୧୩୦ ମିମି, ଲକ୍ଷ୍ମୀପୁରରେ ୧୨୭ ମିମି, ନନ୍ଦପୁରରେ ୧୧୩.୬ ମିମି, ବୋରିଗୁମ୍ମାରେ ୧୦୦.୮ ମିମି, ଲମତାପୁଟରେ ୯୬ ମିମି, କୁନ୍ଦ୍ରାରେ ୭୮ ମିମି, ପଟ୍ଟାଙ୍ଗିରେ ୭୦.୩ ମିମି, ନାରାୟଣପାଟଣାରେ ୬୫.୨ ମିମି, କୋଟପାଡ଼ରେ ସର୍ବନିମ୍ନ ୫୭.୨ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ଜଣାଯାଇଛି। ସେହିପରି ବୁଧବାର କୋଲାବ ଡ୍ୟାମର ଜଳସ୍ତର ୮୫୦.୮୫ମିଟର ରହିଥିବାବେଳେ ଏହାର ବିପଦ ସଙ୍କେତ ଜଳସ୍ତର ୮୫୮ ମିଟର ହୋଇଥିବା ଜଣାଯାଇଛି। ଗତବର୍ଷ ଏହି ସମୟରେ କୋଲାବ ଡ୍ୟାମର ଜଳସ୍ତର ରହିଥିଲା ୮୫୦.୬୮ ମିଟର ା