Categories: ରାୟଗଡା

କୋରାପୁଟ ଜିଲାରେ ୨୬୧.୫ ମି.ମି. ବର୍ଷା ରେକର୍ଡ

କୋରାପୁଟ,୧୮।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୨୬୧.୫ ମି.ମି. ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୦ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି ଜିଲାର ଜୟପୁର ବ୍ଲକରେ ୪୮.୬ ମି.ମି. ବର୍ଷା ହୋଇଥିବାବେଳେ ନନ୍ଦପୁରରେ ୪୧.୨ ମି.ମି., ବୋରିଗୁମ୍ମାରେ ୩୨.୬ ମି.ମି., କୋଟପାଡ଼ରେ ୨୪ ମି.ମି., କୋରାପୁଟରେ ୧୦ ମି.ମି., ଲମତାପୁଟରେ ୧୭.୨ମି.ମି., ପଟ୍ଟାଙ୍ଗିରେ ୧୪.୩ ମି.ମି., ସେମିଳିଗୁଡାରେ ୨ ମି.ମି., କୁନ୍ଦ୍ରାରେ ୧୦.୬ ମି.ମି., ବୈପାରୀଗୁଡା ବ୍ଲକରେ ୧୧ ମି.ମି., ବର୍ଷା ହୋଇଛି। ନାରାୟଣପାଟଣା, ବନ୍ଧଗାଁ ଓ ଲକ୍ଷ୍ମୀପୁର ଆଦି ୩ ଟି ବ୍ଲକରେ ଆଦୌ ବର୍ଷା ହୋଇ ନ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି।