Advertisement

କୋରାପୁଟ ଜିଲାରେ ୩୦୪.୯ ମିଲିମିଟର ବର୍ଷା ରେକର୍ଡ

କୋରାପୁଟ,୨୮।୭(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୩୦୪.୯ ମିଲିମିଟର ବର୍ଷା ହୋଇଥିବାବେଳେ କେବଳ ବୈପାରୀଗୁଡା ବ୍ଲକରେ ସର୍ବାଧିକ ୫୮ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସେହିପରି ଜିଲାର କୋଟପାଡ଼ ବ୍ଲକରେ ୧୬ ମିଲିମିଟର ବର୍ଷା ହୋଇଥିବାବେଳେ କୁନ୍ଦ୍ରାରେ ୨୬ ମିଲିମିଟର ବର୍ଷା ହୋଇଛି। ଲମତାପୁଟରେ ୨୯.୨ ମିଲିମିଟର, ନନ୍ଦପୁରରେ ୯.୨ ମିଲିମିଟର, ପଟ୍ଟାଙ୍ଗିରେ ୧୧.୩ ମିଲିମିଟର, କୋରାପୁଟରେ ୨୯.୪ ମିଲିମିଟର, ସେମିଳିଗୁଡ଼ାରେ ୪୫ ମିଲିମିଟର, ବନ୍ଧୁଗାଁ ବ୍ଲକରେ ୧୦ ମିଲିମିଟର, ନାରାୟଣପାଟଣାରେ ୩.୨ ମିଲିମିଟର, ଲକ୍ଷ୍ମୀପୁରରେ ୯ ମିଲିମିଟର, ଜୟପୁରରେ ୩୬.୨ ମିଲିମିଟର, ବୋରିଗୁମ୍ମାରେ ୮.୪ ମିଲିମିଟର ବର୍ଷା ହୋଇଥିବାବେଳେ ଦଶମନ୍ତପୁରରେ ୧୪ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share