କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲାରେ ମଙ୍ଗଳବାର ୬୪୭.୪ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ା ସେଥିମଧ୍ୟରୁ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୩୫ ମିମି ବର୍ଷା ହୋଇଥିବା ବେଳେ ସେମିଳିଗୁଡ଼ା ବ୍ଲକରେ ୭୫ ମିମି, ନନ୍ଦପୁର ବ୍ଲକରେ ୪୯.୪ ମିମି, ପଟ୍ଟାଙ୍ଗି ବ୍ଲକରେ ୩୨. ୨ମିମି, ନାରାୟଣପାଟଣା ବ୍ଲକରେ ୨.୬ ମିମି, କୋରାପୁଟ ବ୍ଲକରେ ୪୦.୪ ମିମି, ଲମତାପୁଟ ବ୍ଲକରେ ୫୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସହ ଦଶମନ୍ତପୁର ବ୍ଲକରେ ୫ ମିମି, ଲକ୍ଷ୍ମୀପୁର ବ୍ଲକରେ ୧ ମିମି, ଜୟପୁର ବ୍ଲକରେ ୮୯.୬ ମିମି, ବନ୍ଧୁଗାଁ ବ୍ଲକରେ ୩ ମିମି, କୁନ୍ଦ୍ରା ବ୍ଲକରେ ୪୪ ମିମି, ବୋରିଗୁମ୍ମା ବ୍ଲକରେ ୬୪ ମିମି ବର୍ଷା ହୋଇଛି।
ସେହିପରି ବୈପାରିଗୁଡା ବ୍ଲକରେ ୫୧ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହ ମଙ୍ଗଳବାର ତେଲେଙ୍ଗିରି ଡ୍ୟାମ୍ରେ ଜଳସ୍ତର ୬୨୫.୬୦ ମିଟର ରହିଥିବାବେଳେ ତା’ର ବିପଦ ସଙ୍କେତ ଜଳସ୍ତର ହେଉଛି ୬୩୩ ମିଟର, କୋଲାବ ଡ୍ୟାମ୍ରେ ମଙ୍ଗଳବାର ଜଳସ୍ତର ୮୫୪ ମିଟର ରହିଥିବାବେଳେ ଡ୍ୟାମ୍ର ବିପଦ ସଙ୍କୁଳ ଜଳସ୍ତର ୮୫୮ ମିଟର ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।