Advertisement

କୋରାପୁଟ ଜିଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଜୟପୁର,୨୫ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ସୋମବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜୟପୁର ସହରର ହୋଇଥିବା ବେଳେ ଦଶମନ୍ତପୁର ବ୍ଲକର ଜଣେ, ନନ୍ଦପୁରର ୨ ଏବଂ ଲକ୍ଷ୍ମୀପୁର ବ୍ଲକର ୨ ଜଣ ଚିହ୍ନଟ ହୋଇଛନ୍ତି। ୫ଜଣ ଆନ୍ଧ୍ରପ୍ରଦେଶରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ବେଳେ ଜୟପୁର ସହର ରୋଗୀ ଜଣକ ଆନ୍ଧ୍ରପ୍ରଦେଶରୁ ଫେରି ପୁଣି ଆନ୍ଧ୍ରପ୍ରଦେଶ ଚାଲିଯାଇଛନ୍ତି। ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ଆଣିବା ପାଇଁ ଜିଲା ପ୍ରଶାସନର ମୁଣ୍ଡ ବ୍ୟଥା ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share