କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। କେତେବେଳେ ମେଡିକାଲରେ ଅଲଟ୍ରାସାଉଣ୍ଡ ସମେତ ବହୁ ମୂଲ୍ୟବାନ ଯନ୍ତ୍ରପାତି ଖରାପ ହେବା ଯୋଗୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଏଠାରେ ଭର୍ତ୍ତି ହେବା ପରେ ସେମାନଙ୍କୁ ବିଶାଖାପାଟଣା ନଚେତ ବ୍ରହ୍ମପୁର ଯିବାକୁ କୁହାଯାଉଛି। ମେଡିକାଲକୁ ଆସୁଥିବା ଶହ ଶହ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ କରୁଛନ୍ତି।
କିଛି ଦିନ ହେଲା ମେଡିକାଲ କଲେଜରେ ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ଷ୍ଟ୍ରେଚର ଓ ହୁଇଲ ଚେୟାରର ଘୋର ଅଭାବ ରହିଥିବା ବେଳେ ରୋଗୀଙ୍କୁ କାନ୍ଧେଇ ମେଡିକାଲ ଭିତରକୁ ନେଉଛନ୍ତି ସମ୍ପର୍କୀୟ। ଗୁରୁତର ରୋଗୀଙ୍କୁ ଦୁଇ ତିନି ଜଣ ଲୋକ ବୋହି ଡାକ୍ତରଙ୍କ ପାଖକୁ ନେଉଛନ୍ତି। ଡାକ୍ତରଙ୍କ ପାଖରେ ଅଧିକ ଭଡ଼ି ଥିଲେ, ରୋଗୀ ଜଣଙ୍କୁ ତଳେ ଶୁଆଇବାକୁ ପଡୁଛି। ଏହି ମେଡିକାଲକୁ ଦୈନନ୍ଦିନ କୋରାପୁଟ ସମେତ ଜିଲା ବାହାରୁ ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ମେଡିକାଲରେ ରହିଥିବା ବିଭିନ୍ନ ସମସ୍ୟା ପାଇଁ ସେମାନଙ୍କୁ ଉଚିତ୍‌ ସେବା ମିଳୁପାରୁ ନାହିଁ। ମେଡିକାଲରେ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ସୁବିଧା ନ ଥିବାରୁ ରୋଗୀଙ୍କୁ ବ୍ରହ୍ମପୁର ନଚେତ ବିଶାଖାପାଟଣା ରେଫର କରାଯାଉଛି। ସେହିପରି ମେଡିକାଲରେ ଥିବା ୩ଟି ଡିଜିସେଟ୍‌ରୁ ବର୍ତ୍ତମାନ ୨ଟି ଖରାପ ହୋଇଥିବାରୁ ବିଜୁଳି ଗଲେ ବେଳେବେଳେ ଡାକ୍ତରଙ୍କୁ ଅନ୍ଧାରରେ ରୋଗୀଙ୍କ ଚିକିତ୍ସା କରିବାକୁ ପଡୁଛି। ମେଡିକାଲ କଲେଜର ଡିନ୍‌ କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ମେଡିକାଲ ଅଧୀକ୍ଷକଙ୍କୁ ବହୁବାର ଏହି ସମସ୍ୟା ଉପରେ ଅବଗତ କରାଯାଇଥିଲେ ମଧ୍ୟ ଏହାର ସମାଧାନ ପ୍ରତିଶ୍ରୁତି ମିଳୁଛି ସତ, କିନ୍ତୁ ସମାଧାନ ହେଉନାହିଁ। ଅନ୍ୟପକ୍ଷରେ ମେଡିକାଲ କଲେଜର ସମସ୍ୟା ନେଇ ଆଗାମୀ ବିଧାନସଭା ଅଧିବେଶନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ଡିଲ୍‌ ସମୟରେ ୨ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ବ୍ୟକ୍ତି ୨ ବାଘ ଛାଲକୁ ବିକ୍ରି କରିବା ପାଇଁ ରବିବାର ଡିଲ୍‌ କରୁଥିବାବେଳେ ବନ ବିଭାଗର ଭିଜିଲାନ୍ସ...

ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା

ରାୟଗଡ଼ା/ଟିକିରି,୧୫।୧୨(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ର...

ଦନ୍ତା ଆକ୍ରମଣରେ ଚାଲିଗଲା ଡ଼ଙ୍ଗରିଆ ଯୁବକଙ୍କ ଜୀବନ

ରାୟଗଡ଼ା,୧୪।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ...

ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୧୦।୧୨(ଆଶିଷ ରଞ୍ଜନ ପଣ୍ଡା): ଆସନ୍ତା ୨୬ରେ ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ...

ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ମହକୁମାର ଲାକୁନୁ ଜାକାସିକା ଗତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ...

ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ରାୟଗଡ଼ା,୩୦ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ଅସ୍ଥା ଗମ୍ଭୀର ହେବାରୁ କୋରାପୁଟ ସ୍ଥାନାନ୍ତର ବେଳେ...

ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri