Categories: ରାୟଗଡା

କୋରାପୁଟ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି

କୋରାପୁଟ,୫ା୭(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅବସରରେ ବଳଭଦ୍ରଙ୍କ ରଥକୁ ଛାଡ଼ି ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧା ବାଟରେ ଅଟକି ରହିଥିଲା। ଶୁକ୍ରବାର ପୂର୍ବାହ୍ନରେ ଏହି ଦୁଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ମା’ ସୁଭଦ୍ରା ଓ ମହାପ୍ରଭୁଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ସମସ୍ତ ଚତୁର୍ଦ୍ଧାମୂର୍ତ୍ତିକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଛି।