କୋରିଆରୁ ଫେରିଥିବା ଯୁବକ ଭୀମସାରରେ ଭର୍ତ୍ତି: କରୋନା ଭାଇରସ୍‌ ସନ୍ଦେହ

ସମ୍ବଲପୁର, ୨୬।୨(ବ୍ୟୁରୋ): ବୁର୍ଲା ଭିମସାର ମେଡିକାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ଼ ଜିଲା ହେମଗିରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ ଯୁବକ କୋରିଆରେ ଚାକିରି କରୁଥିଲେ। ତେବେ ଗତ କିଛି ଦିନ ହେବ ସେ ଭାରତ ଫେରିଥିଲେ। ବ୍ଲଡ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡିବ।

Share