Categories: ଖେଳ

କୋରିଆ ଓପନ: ସିନ୍ଧୁ, ପ୍ରଣୀଥ ଆଉଟ୍‌

ଇଞ୍ଚୋନ,୨୫।୯(ପିଟି): ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା କୋରିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଖେଳାଳି ବି. ସାଇ ପ୍ରଣୀଥ ଆହତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି। ସିନ୍ଧୁ ୭-୨୧, ୨୪-୨୨, ୧୫-୨୧ ଗେମ୍‌ରେ ଆମେରିକାର ବେଇଓ୍ବେନ ଝାଙ୍ଗଙ୍କଠାରୁ ହାରିଯାଇଛନ୍ତି। ରିଓ ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଆଶାନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ନିକଟରେ ସେ ଚାଇନା ଓପନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଣୀଥ ୯-୨୧, ୭-୧୧ ବ୍ୟବଧାନରେ ପଛୁଆ ଥିବାବେଳେ ଆହତ ହୋଇଥିଲେ। ତେବେ ସେ କେଉଁ ପ୍ରକାର ଆହତ ସମସ୍ୟା ଯୋଗୁ ମ୍ୟାଚ୍‌ରୁ ଓହରିଥିଲେ, ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Share