Categories: ଖେଳ

କୋରିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଶ୍ରୀକାନ୍ତ, ସମୀରଙ୍କ ଅଗ୍ରଗତି; ସୌରଭ ଆଉଟ୍‌

ଗ୍ବାଙ୍ଗଜୁ,୨୦।୧୧(ପି.ଟି.): କୋରିଆର ଗ୍ବାଙ୍ଗଜୁଠାରେ ଚାଲିଥିବା କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳିମାନେ ଦମ୍‌ଦାର ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ତରକା ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମା ଅଗ୍ରଗତି କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଚତୁର୍ଥ ସିଡ ଖେଳାଳି ଶ୍ରୀକାନ୍ତ ହଂକଂର ଓ୍ବଙ୍ଗ୍‌ ଓ୍ବିଙ୍ଗ୍‌ କି ଭିନ୍‌ସେଣ୍ଟଙ୍କୁ ୨୧-୧୮, ୨୧-୧୭ରେ ମାତ୍ର ୩୭ ମିନିଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ପୂର୍ବତନ ୧ ନମ୍ବର ଖେଳାଳି ଶ୍ରୀକାନ୍ତ ପ୍ରଭାବ ବିସ୍ତାର କରି ଖେଳିଥିଲେ। ସେ ଦ୍ୱିତୀୟ ରାଉଣ୍ଡରେ ଜାପାନ କାଣ୍ଟା ସୁନେୟାମାଙ୍କୁ ଭେଟିବେ। ଅନ୍ୟପଟେ ଜାପାନର କାଜୁମାସା ସାକାଇ ମ୍ୟାଚ୍‌ ଅଧାରୁ ରିଯାୟାର୍ଡ କରିବା ଫଳରେ ସମୀର ଦ୍ୱିତୀୟ ରାଉଣ୍ଡକୁ ଉଠିଥିଲେ। ଅବଶ୍ୟ ସେତେବେଳକୁ ସମୀର ୧୧-୮ରେ ଅଗ୍ରଣୀ ରହିଥିଲେ। ସମୀର ତାଙ୍କ ପରବର୍ତ୍ତୀ ମ୍ୟାଚ୍‌ରେ ଡନ୍‌ଘୁନ୍‌ଙ୍କୁ ଭେଟିବେ। ତେବେ ସୌରଭ ବର୍ମା ପ୍ରଥମ ରାଉଣ୍ଡ ମୁକାବିଲାରେ ସ୍ଥାନୀୟ ଫେଭରାଇଟ୍‌ ଖେଳାଳି କିମ୍‌ ଡନଘୁନଙ୍କଠାରୁ ୨୧-୧୩, ୧୨-୨୧, ୧୩-୨୧ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।

Share