କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ପୁଣି ଯୌନ ନିର୍ଯାତନା ମାମଲା

ମୁମ୍ବାଇ,୬।୨: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କିଛି ଦିନ ହେବ ନକାରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦ୍ୱିତୀୟଥର ଜଣେ ମହିଳା ଗଣେଶଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସିନିୟର ବ୍ୟାକଗ୍ରାଉଣ୍ଡ୍‌ ଡ୍ୟାନ୍ସର ଥିବା ଏହି ମହିଳା ଜଣଙ୍କ ଅଭିଯୋଗ କରି କହିଛନ୍ତି, ୧୯୯୦ରେ ଗଣେଶ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ସେତେବେଳେ ତାଙ୍କ ମାତ୍ର ୧୮ ବର୍ଷ ହୋଇଥିଲା। ଡ୍ୟାନ୍ସ କ୍ଲାସ୍‌ ବାହାନାରେ ସେ ମୋତେ ତାଙ୍କ ଘରକୁ ଡାକି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପ୍ରଥମେ ଏକ ମାମଲା ରୁଜୁ ହେବା ପରେ ମୋ ସହିତ ଘଟିଥିବା ଘଟଣା ସାମ୍ନାକୁ ଆଣିବା ଉଚିତ ଅନୁଭବ ହେଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜଣେ ମହିଳା ଗଣେଶଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

Share