ନୟାଗଡ଼ ଅଫିସ,୨୮ା୩: ନୟାଗଡ଼ ଜିଲାରେ ଆଇନ ଉଲ୍ଲଂଘନ ଅଭିଯୋଗରେ ବିଭିନ୍ନ ଥାନା ପକ୍ଷରୁ ୫ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ନୟାଗଡ ବ୍ଲକ ପରିସରେ ଶୁକ୍ରବାର କୋରେକ୍ସ ବିକ୍ରି ଅଭିଯୋଗରେ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହାସହ ପୋଲିସ ୧୫ଜଣଙ୍କୁ ଅଟକ ରଖି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଛି।