Categories: ଜାତୀୟ

କୋରେଗାଁଓ-ଭୀମା ହିଂସା ମାମଲା: ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୫ା୧୦(ପି.ଟି.): କୋରେଗାଁଓ- ଭୀମା ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୧୫ ପର୍ଯ୍ୟନ୍ତ ସୁରକ୍ଷା ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଅନ୍ତରୀଣ ସୁରକ୍ଷା ସମୟସୀମାକୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ଗୌତମଙ୍କ ବିରୋଧରେ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୌତମଙ୍କ ବିରୋଧରେ ଦାଏର ଏତଲା ଖାରଜ କରିବା ଆବେଦନକୁ ହାଇକୋର୍ଟ ମନା କରିଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରାଯାଇଛି। ୨୦୧୭ କୋରେଗାଁଓ-ଭୀମା ହିଂସା ମାମଲା ଓ ଏଥିସହ ମାଓବାଦୀଙ୍କ ସମ୍ପୃକ୍ତି ଅଭିଯୋଗରେ ଗୌତମଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Share