କୋରୋନା ଭାଇରସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧୦ ଦିନ ଭିତରେ ଚାଇନା ନିର୍ମାଣ କରିବ ନୂଆ ହସ୍ପିଟାଲ

ବେଜିଂ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଏବେ ସୁଦ୍ଧା ଏଥିରେ ୮୩୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସଂଖ୍ୟା ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ନଜରରେ ରଖି କେବଳ କୋରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କର ଚିକିତ୍ସା କରିବା ଲାଗି ଚାଇନା ଏକ ନୂଆ ହସ୍ପିଟାଲ ନିର୍ମାଣ କରିବା କଥା କହିଛି। ମାତ୍ର ୧୦ ଦିନ ମଧ୍ୟରେ ଏହି ହସ୍ପିଟାଲ ନିର୍ମାର କରାଯିବ। ଅର୍ଥାତ୍‌ ଫେବୃୟାରୀ ୩ରୁ ଏଠାରେ ରୋଗୀଙ୍କର ଚିକିତ୍ସା କରାଯିବ ବୋଲି ଜଣାପଡିଛି। ସେଣ୍ଟ୍ରାଲ ସିଟି ଉହାନାରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ନୂଆ ହସ୍ପିଟାଲ ୨୫,୦୦୦ବର୍ଗ ମିଟରରେ ନିର୍ମାଣ କରାଯାଉଥିବା ବେଳେ ଏହାର ଶଯ୍ୟା ସଂଖ୍ୟା ଏକ ହଜାର ରଖାଯାଇଛି। ହେଲେ ଏବେ ଏହା କମ୍‌ ହେବ ବୋଲି ଆଲୋଚନା ହେଉଛି। କାରଣ ଏବେ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହ ପାର କରି ଗଲାଣି।

Share