କୋରୋନା ଭାଇରସ ଭୟ: ଉହାନରେ ଫସିଛନ୍ତି ୨୫ ଭାରତୀୟ

ବେଜିଂ,୨୪।୧: ଚାଇନାରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୨୫ରେ ପହଞ୍ଚତ୍ଛି। ଏହି ରୋଗରେ ୮୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଉହାନ ସହରରେ ଆକ୍ରନ୍ତଙ୍କ ସଂଖ୍ୟ ଅଧିକ ବୋଲି ଜଣାପଡିଛି। ସହରରେ ୨୫ ଭାରତୀୟ ଛାତ୍ରୀଛାତ୍ର ଫସିରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୨୦ ଜଣ କେରଳର। ଉହାନ ସହରରେ ଫଶିଥିବା ୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଉହାନଠାରୁ ୩୦୦ କିଲୋମିଟର ଦୂର ୟିଚାଙ୍ଗସ୍ଥିତ ଏକ ହସ୍ପିଟାଲରେ ଇଣ୍ଟର୍ନଶିପ କରୁଛନ୍ତି। ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚୀନରେ ରହୁଥିବା ଭାରତୀୟମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
ସୂଚନାଯୋଗ୍ୟ,ଚାଇନା ନବବର୍ଷ ଓ ସ୍ପ୍ରିଂ ଫେଷ୍ଟିଭାଲ ଛୁଟି ୨୪ରୁ ଆରମ୍ଭ ହେଉଥିବାରୁ ଲକ୍ଷ ଲକ୍ଷ ଚାଇନାବାସୀ ନିଜ ଦେଶ ଓ ବିଦେଶକୁ ଯିବାଆସିବା କରିବେ। ଫଳରେ ଭୂତାଣୁ ସଂକ୍ରମଣ ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ରୋଗର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନର ଲୋକମାନଙ୍କୁ ସହର ବାହାରକୁ ନ ଯିବା ପାଇଁ ବେଜିଂ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। କୋରୋନା ଭାଇରସ ସଂକ୍ରମଣ ହେଲେ ଜ୍ୱର, କାଶ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣ ଦେଖାଯାଇଥାଏ। ସ୍ବାଇନ ଫ୍ଲୁ, ଇବୋଲା ଭଳି ଏହାକୁ ନେଇ ଅନ୍ତର୍ଜାତୀୟ ଜନସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଜାରି କରିବା ଲାଗି ଜେନେଭାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ବୈଠକ ବସିଥିଲା।

Share