Categories: ଜାତୀୟ

କୋର୍ଟରୁ ପୁଣି ଚିଦାମ୍ବରମଙ୍କୁ ଝଟ୍‌କା: ୧୧ଯାଏଁ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୧୧: ଦିନକୁ ଦିନ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବୁଧବାର କୋର୍ଟ ପକ୍ଷରୁ ତାଙ୍କୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ଆଇଏନଏକ୍ସ ମିଡିଆ ମାମଲାରେ ତିହାଡ ଜେଲରେ ଥିବା ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତର ମିଆଦ ବୁଧବାର ଶେଷ ହେଉଥିବା ବେଳେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଏହାର ଶୁଣାଣି କରିଛନ୍ତି। ବିଚାର ବିଭାଗୀୟ ହାଜତର ମିଆଦକୁ ବୃଦ୍ଧି କରି ଡିସେମ୍ବର ୧୧ ଯାଏ କରାଯାଇଛି। ଅର୍ଥାତ୍‌ ସେ ଆଉ ୧୪ ଦିନ ପାଇଁ ଜେଲରେ ରହିବେ। ହାଜତ ମିଆଦ ବୃଦ୍ଧି କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ଆବେଦନ କରିଥିଲା। ଅନ୍ୟପଟେ ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତିହାଡ ଜେଲରେ ଚିଦାମ୍ବରମଙ୍କୁ ଭେଟିଥିଲେ।

Share