ଲକ୍ଷ୍ନୌ,୧୮ା୧୨(ପି.ଟି.): ପଶ୍ଚିମ ଉତ୍ତରପ୍ରଦେଶର ବିଜ୍ନୋରର ଏକ ଅଦାଲତରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ ଗୁଳିକରି ହତ୍ୟା କରାଯାଇଛି। ବିଜ୍ନୋର ଜିଲା ଅଦାଲତର ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ଅଭିଯୁକ୍ତ ଶାହନଓ୍ବାଜ୍ ଅନ୍ସାରିଙ୍କୁ ହାଜର କରିବା ଲାଗି ଅଣାଯାଉଥିବାବେଳେ ଗୁଳିମାଡ଼ କରାଯାଇଥିଲା। ୩ ହତ୍ୟାକାରୀଙ୍କୁ ପୋଲିସ କବ୍ଜା କରିବା ସହ ସେମାନଙ୍କଠାରୁ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଛି। ଅନ୍ସାରି ଗତ ମେ’ରେ ବିଏସ୍ପି ନେତା ହାଜି ଅହ୍ସାନ ଖାନ୍ ଓ ତାଙ୍କ ପୁତୁରାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲେ। ଦିଲ୍ଲୀରେ ସେ ଆତ୍ମସମର୍ପଣ କରିବା ପରେ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହାଜିଙ୍କ ପୁଅ ଓ ତାଙ୍କ ଦୁଇ ସହଯୋଗୀ ଅନ୍ସାରିଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ଗିରଫ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ବେଳେ କୋର୍ଟରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ପ୍ରକାଶ।