Categories: ଜାତୀୟ

କୋର୍ଟରେ ହାଜର ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ,୩୦।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଶୁକ୍ରବାର ତାଙ୍କ ରିମାଣ୍ଡ ଅବଧି ସମାପ୍ତ ହେଉଥିବା ବେଳେ ସିବିଆଇ ଶୁଣାଣି ସମୟରେ ଚିଦାମ୍ବରମଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ କହିଛି। ଯଦି ତାଙ୍କୁ ଏହି ରିମାଣ୍ଡ ନ ମିଳିଲା ତେବେ ଚିଦାମ୍ବରମଙ୍କୁ ତିହାର ଜେଲ ଯିବାକୁ ପଡିପାରେ ବୋଲି କୁହାଯାଉଛି।

Share