Categories: ଜାତୀୟ

କୋର୍ଟରେ ହାଜର ହେଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୭ା୧(ପି.ଟି.)-ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସୋମବାର ସ୍ଥାନୀୟ ଅଦାଲତରେ ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଚିନ୍ମୟାନନ୍ଦଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓମ୍‌ବୀରଙ୍କ ଅଦାଲତରେ ହାଜର କରାଯାଇଥିଲା। ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଅସୁସ୍ଥତା କାରଣରୁ କୋର୍ଟରେ ଉପସ୍ଥିତ ହୋଇପାରି ନ ଥିବା ତାଙ୍କ ଓକିଲ କଲବିନ୍ଦର ସିଂ କହିଛନ୍ତି। ଆଇପିସିର ଧାରା ୩୭୬ସି’ରେ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଧାରା ୩୫୪ ଡି, ୩୪୨ ଏବଂ ୫୦୬ରେ ମଧ୍ୟ ମାମଲା ରୁଜୁ ହୋଇଛି।

Share