Categories: ଜାତୀୟ

କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ ହାଜର ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନରେ ରାହୁଲ କହିଥିଲେ, ‘ସବୁ ଚୋରଙ୍କ ନାଁ ପୂର୍ବରୁ କାହିଁକି ମୋଦି ଲେଖାଯାଇଛି।’ ଏହାକୁ ନେଇ ସୁରଟ କୋର୍ଟରେ ତାଙ୍କ ନାଁରେ ଏକ ମାନହାନୀ ମାମଲା ଦାୟର କରାଯାଇଥିଲା। ଏହାକୁ ନେଇ ସେ ଗୁରୁବାର କୋର୍ଟରେ ପହଞ୍ଚିଥିଲେ। ପ୍ରଥମେ ବିଚାରପତି ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ପଢି ଶୁଣାଇଥିଲେ। ଆଉ ଏହା ଶୁଣିବା ପରେ ରାହୁଲ କହିଥିଲେ ସେ କିଛି ଭୁଲ କହି ନାହାଁନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୦କୁ ଘୁଞ୍ଚାଇ ଦିଆଯାଇଛି। ରାହୁଲଙ୍କ ଓକିଲଙ୍କ ପକ୍ଷରୁ ସମୟ ମଗାଯିବାରୁ ଏହାକୁ ଡିସେମ୍ବର ୧୦କୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡିଛି।

Share