Categories: ଜାତୀୟ

କୋର୍ଟ ପରିସରରେ ବାର କାଉନସିଲର ମୁଖ୍ୟଙ୍କୁ ହତ୍ୟା

ଆଗ୍ରା,୧୨।୬: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ବୁଧବାର ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା କୋର୍ଟ ପରିସରରେ ଶ୍ରୀମତି ଯାଦବଙ୍କ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାଙ୍କୁ ମନୀଷ ନାମକ ଜଣେ ଓକିଲ ଗୁଳି କରିଥିଲେ। ଏହାପରେ ମନୀଷ ନିଜ ଉପରକୁ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦରଭେଶଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅବସ୍ଥାରେ ମନୀଷଙ୍କୁ ମଧ୍ୟ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share