Categories: ବାଣିଜ୍ୟ

କୋର୍‌ ସେକ୍ଟରରେ ସାମାନ୍ୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୧-୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ମାର୍ଚ୍ଚରେ ସାମାନ୍ୟ ବଢ଼ି ୪.୭%ରେ ପହଞ୍ଚତ୍ଛି। ଗତବର୍ଷର ଏହି ଅବଧିରେ ଏହା ୪.୫% ଥିଲା। ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ସମ୍ପୂର୍ଣ୍ଣ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୮ କୋର୍‌ ସେକ୍ଟର ଉଦ୍ୟୋଗ ଯଥା- କୋଇଲା, ଅଶୋଧିତ ତେଲ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଜୁଳି ବୃଦ୍ଧି ହାର ୪.୩% ରହିଛି। ମାର୍ଚ୍ଚରେ କୋଇଲା ଉତ୍ପାଦନ ୯.୧% ହୋଇଥିବା ବେଳେ ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ ତଥା ସିମେଣ୍ଟ କ୍ଷେତ୍ରର ବୃଦ୍ଧି ହାର ସକାରାମତ୍କ ହୋଇଛି। ଅନ୍ୟପକ୍ଷରେ ସମୀକ୍ଷାଧୀନ ମାସରେ ଅଶୋଧିତ ତେଲ ଉତ୍ପାଦନ ୬.୨% ଏବଂ ବିଜୁଳି ଉତ୍ପାଦନ ୧.୪%କୁ ହ୍ରାସ ପାଇଛି। ଅଶୋଧିତ ତେଲ ତଥା ରିଫାଇନେରୀ ଉତ୍ପାଦ ଉତ୍ପାଦନ ହ୍ରାସ ପାଇବା କାରଣରୁ ୮ କୋର୍‌ ସେକ୍ଟର ଉଦ୍ୟୋଗର ଅଭିବୃଦ୍ଧି ହାର ଫେବୃୟାରୀରେ ମାତ୍ର ୨.୧% ରହିଥିଲା। ଏହି କୋର୍‌ ସେକ୍ଟର ଅଭିବୃଦ୍ଧି ହାର ପ୍ରଭାବ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଉପରେ ପଡିବ, କାରଣ ଫ୍ୟାକ୍ଟ୍ରି ଉତ୍ପାଦନରେ ଏହାର ପ୍ରାୟ ୪୧%  ଅଂଶ ରହିଛି।

Share