Categories: ବାଣିଜ୍ୟ

କୋର୍‌ ସେକ୍ଟର ୩୮.୧% ଖସିଲା

ନୂଆଦିଲ୍ଲୀ,୩୦।୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଏପ୍ରିଲରେ ୩୮.୧% ଖସିଛି। ଏହି କ୍ଷେତ୍ରଗୁଡିକ ଭିତ୍ତିଭୂମି ଶିଳ୍ପ ସହ ଜଡିତ। ଗତ ବର୍ଷ ସମାନ ସମୟରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ କୋର୍‌ ସେକ୍ଟର କାର୍ଯ୍ୟକଳାପ ୯% ହ୍ରାସ ଘଟିଛି। କ୍ଷେତ୍ରଗୁଡିକ ମଧ୍ୟରେ କୋଇଲ, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍‌ ରହିଛି। ଅଶୋଧିତ ତୈଳ ଉତ୍ପାଦନ ୪.୬% ଖସିଛି। କୋଇଲା ଉତ୍ପାଦନରେ ୧୫.୫%, ଶକ୍ତି କ୍ଷେତ୍ରରେ ୨୨.୮% ହ୍ରାସ ଘଟିଛି। ଲକ୍‌ଡାଉନ ଲାଗି ଶିଳ୍ପଗୁଡିକର କାର୍ଯ୍ୟକଳାପରେ ଏଭଳି ପ୍ରଭାବ ଆସିଥିବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟରୁ ସାମ୍ନାକୁ ଆସିଛି।

Share