Categories: ଜାତୀୟ

କୋଲକତାରୁ ବନ୍ଦ ହେଲା ବିମାନ ସେବା

କୋଲକତା,୯।୧୧: ବାତ୍ୟା ‘ବୁଲବୁଲ’ ଶନିବାର ପଶ୍ଚିମବଙ୍ଗ ପାର କରି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ବର୍ଷା ସହ ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନ ବନ୍ଦରର ବିମାନ ସେବାକୁ କିଛିଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ତେବେ ଏହା ଶନିବାର ସନ୍ଧ୍ୟା ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହାର ପ୍ରଭାବରେ ବାଂଲାଦେଶରେ ଅଧିକ କ୍ଷୟକ୍ଷତି ହେବା ଅନୁମାନ କରାଯାଉଥିବା ବେଳେ ଉଦ୍ଧାର ଓ ରିଲିଫ୍‌ ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି।

Share