ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଗତ ୨୮ ଦିନ ମଧ୍ୟରେ କୋଲକାତାରୁ ଫେରିଥିଲେ ତୁରନ୍ତ ସ୍ଥାନୀୟ ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଜଣାନ୍ତୁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭଦ୍ରକ ଓ ଯାଜପୁର ଜିଲାର ୧୦ ଜଣଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପଞ୍ଚିମବଙ୍ଗ ରହିଥିବା ଜଣାପଡ଼ିବା ପରେ ସରକାର ଅଧିକ ସତର୍କ ହୋଇଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ