୧୦ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌: ଗତ ୨୮ ଦିନ ଭିତରେ କୋଲକାତାରୁ ଫେରିଥିଲେ ତୁରନ୍ତ ଜଣାନ୍ତୁ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଗତ ୨୮ ଦିନ ମଧ୍ୟରେ କୋଲକାତାରୁ ଫେରିଥିଲେ ତୁରନ୍ତ ସ୍ଥାନୀୟ ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଜଣାନ୍ତୁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭଦ୍ରକ ଓ ଯାଜପୁର ଜିଲାର ୧୦ ଜଣଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପଞ୍ଚିମବଙ୍ଗ ରହିଥିବା ଜଣାପଡ଼ିବା ପରେ ସରକାର ଅଧିକ ସତର୍କ ହୋଇଛନ୍ତି।

Share