Categories: ଖେଳ

କୋଲକାତାରେ ସିଏଏ ବିକ୍ଷୋଭ : ଚିନ୍ତାରେ ଆଇପିଏଲ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧୬।୧୨- ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମଗ୍ର ଦେଶରେ ବିରୋଧ କରାଯାଉଛି। ଏଥିଯୋଗୁ ପଶ୍ଚିମବଙ୍ଗ ପ୍ରବଳ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିବା ଜଣାପଡ଼ିଛି। ଏଠାରେ ଆସନ୍ତା ୧୯ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହି ଇଭେଣ୍ଟକୁ ଆଉ ୭୨ ଘଣ୍ଟାରୁ କମ୍‌ ସମୟ ବାକି ରହିଛି। ବିକ୍ଷୋଭ ହିଂସାରୂପ ନେବା ପରେ ମଲାଡା, ମୁର୍ଶିଦାବାଦ, ହାଓ୍ବଡା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ ଇଣ୍ଟରନେଟ ସୁବିଧା ରବିବାର ବନ୍ଦ କରିଦିଆଯାଇଛି। ତୃଣମୂଳ କଂଗ୍ରେସ ଏହାର ପ୍ରତିବାଦରେ ସିଏଏକୁ ବିରୋଧ କରି ସୋମବାର ବଡ଼ ରାଲି କରିବ ବୋଲି ଘୋଷଣା କରିଥିଲା। ଏକ ଫ୍ରାଞ୍ଚାଇଜ୍‌ର ସିନିୟର ଅଫିସିଆଲ କହିଛନ୍ତି, ଅଧିକ ଚିନ୍ତା କରିବାର ନାହିଁ। କିନ୍ତୁ ସମସ୍ତ ଫ୍ରାଞ୍ଚାଇଜ୍‌ ହିଂସାତ୍ମକ ବିକ୍ଷୋଭ ଉପରେ ନଜର ରଖିଛନ୍ତି। ପ୍ରାୟ ଫ୍ରାଞ୍ଚାଇଜ୍‌ର ମାଲିକ ୧୮ ତାରିଖ ଦିନ ଏଠାରେ ପହଞ୍ଚତ୍ ୧୯ରେ ଯିବେ। ସମସ୍ତ ଦଳର ଅନ୍ୟ ସଦସ୍ୟମାନେ ଗୋଟିଏ ଦିନ ଅଧିକ ରହିବେ। ଅନ୍ୟ ଏକ ଫ୍ରାଞ୍ଚାଇଜ୍‌ର ଜଣେ ଅଫିସିଆଲ କହିଛନ୍ତି, ଅକ୍‌ଶନ ଭେନ୍ୟୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବିସିସିଆଇକୁ ଅନୁରୋଧ କରାଯାଇ ନାହିଁ। ଏଣୁ ଅପେକ୍ଷା କରି ରାଜ୍ୟର ସ୍ଥିତି ଦେଖିବାର ଅଛି। ଆଉ ଜଣେ କହିଛନ୍ତି, ବିସିସିଆଇ ଯୋଜନା ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି। ଆମେ ବିକ୍ଷୋଭ ଉପରେ ନଜର ରଖିଛୁ। କିନ୍ତୁ ବୋର୍ଡ ସୁରକ୍ଷା ବ୍ୟବସ୍ଥା ନେଇ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି। ଆମର କିଛି ସଦସ୍ୟ ମଙ୍ଗଳବାର ଯାଇ ପହଞ୍ଚତ୍ବେ। ଏଥିରେ କିଛି ପରିବର୍ତ୍ତନ ଲାଗି ବିସିସିଆଇ ପକ୍ଷରୁ କୁହାଯାଇନାହିଁ।

Share