Posted inଫୁରସତ

କୋଲମର ପରିଚିତ ମଣିଷ ରାଜୁ: ପତ୍ର, କାଦୁଅ, କୋଇଲାରେ ଆଙ୍କନ୍ତି ଚିତ୍ର

ରାଜୁ, ଜଣେ ବାସହୀନ ବ୍ୟକ୍ତି। ତାଙ୍କର ପ୍ରକୃତ ପରିଚୟ, ଘରର ଠିକଣା କାହାକୁ ବି ଜଣା ନାହିଁ। ପୁରୁଣା ମଇଳା ପୋଷାକ ସାଙ୍ଗକୁ ଅମାନିଆ ଭାବେ ବଢିଯାଇଥିବା ତାଙ୍କର ନିଶ ଦାଢି ଜଣାଇଦିଏ ତାଙ୍କ ଦାରିଦ୍ର୍ୟର କଥା। ହେଲେ ପ୍ରତିଭା ତାଙ୍କର ଅନନ୍ୟ। ଯାହା ଏବେ ତାଙ୍କୁ ଦେଇଛି ପରିଚୟ। କେରଳ, କୋଲମରେ ଏବେ ସେ ବହୁ ପରିଚିତ ମଣିଷଟିଏ। କାରଣ ଦୀର୍ଘ ଆଠ ବର୍ଷ ହେବ ସେ ନିଜ କଳା ଯାଦୁକରୀରେ ସମସ୍ତଙ୍କ ମନ ଜିଣି ନେଇଛନ୍ତି। ସହରର ଗଳିକନ୍ଦି ଯେଉଁଠି ବି ଏକ ସଫା କାନ୍ଥ ଦେଖନ୍ତି ତାକୁ ସେ କାନ୍‌ଭାସ୍‌ କରିଦିଅନ୍ତି। ଆଉ ରଙ୍ଗ ଭାବେ ସେ ପତ୍ର, କାଦୁଅ, କୋଇଲା ସହ ଅନ୍ୟାନ୍ୟ ପ୍ରାକୃତିକ ଜିନିଷକୁ ବ୍ୟବହାର କରନ୍ତି। ଯେବେ ସେ ଚିତ୍ର କରିବା ଆରମ୍ଭ କରି ଦିଅନ୍ତି ଧୀରେ ଧୀରେ ତାଙ୍କ ଚାରିପଟେ ଗହଳି ବଢିବାକୁ ଲାଗେ। ଆଉ ସମସ୍ତେ ତାଙ୍କ ହାତର ଯାଦୁକରୀକୁ ଉପଭୋଗ କରନ୍ତି। ସବୁଜ ରଙ୍ଗ ପାଇଁ ସେ ପତ୍ର, କଳା ଓ ବାଦାମୀ ରଙ୍ଗ ପାଇଁ କାଦୁଅ ଓ ମଇଳା ବ୍ୟବହାର କରନ୍ତି। ଅନେକେ କହନ୍ତି ଏହି କଳାକାର ଜଣକ ମାନସିକ ଭାବେ ଅସୁସ୍ଥ। ବୋଧହୁଏ ସେ ଜଣେ ତାଲିମପ୍ରାପ୍ତ ଚିତ୍ରକର। କିନ୍ତୁ ମାନସିକ ବିକୃତି ହେତୁ ଘର ଛାଡି ଚାଲି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

କାହିଁକି ଟ୍ରେନ୍‌ର ରଙ୍ଗ ଲାଲ,ନୀଳ ହୋଇଥାଏ, ଏମାନଙ୍କ ଭିତରେ କ’ଣ ରହିଛି…

ଟ୍ରେନ୍‌ରେ ଯଦି ସବୁଦିନ ଯାତ୍ରା କରୁଛନ୍ତି ତେବେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ଲାଲ ଓ ନୀଳ ରଙ୍ଗ ଦୁଇପ୍ରକାରର ଟ୍ରେନ୍‌ ଥାଏ। ହେଲେ କେବେ...

ପ୍ରଥମ ରୋଜଗାରରେ ଭଉଣୀ ହାତରେ ପିନ୍ଧାଇଥିଲି…

ମୋ ଗାଁ ହେଉଛି ଢେଙ୍କାନାଳ ଜିଲାର ନିହଲପ୍ରସାଦ। ଗାଁ ସ୍କୁଲରେ ନବମ ପଢିଲା ପରେ କଟକ ଚୌଦ୍ୱାରରେ ଥିବା ମୋ ଭଉଣୀ ଘରେ ରହି ଚୌଦ୍ୱାର...

ଅଣ୍ଡା ବିକି କୋଟିପତି

ବେଙ୍ଗାଲୁରୁ: ସାଧାରଣତଃ କୁକୁଡ଼ା ଫାର୍ମଗୁଡ଼ିକରେ ବଡ଼ ବଡ଼ ପିଞ୍ଜରା ମଧ୍ୟରେ ବହୁ ଶହ କୁକୁଡ଼ାଙ୍କୁ ବନ୍ଦ କରି ରଖାଯାଇଥାଏ। ତେବେ ଏହି ପାରମ୍ପରିକ ପଦ୍ଧତି ପରିବର୍ତ୍ତେ...

ରହସ୍ୟମୟ ଗର୍ଭବତୀ କୂଅ

ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ...

ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଦିନ…

ପ୍ରତିବର୍ଷ ୩୧ ଅକ୍ଟୋବରରେ ଆଇରନ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନଦିବସକୁ ଜାତୀୟ ଏକତା ଦିବସ ଭାବେ...

ଭବିଷ୍ୟତକୁ ସହଜ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ଆଜି ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଞ୍ଚୟ ବିଷୟରେ ଅବଗତ କରାଇବା। ଆଜିକାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri