Advertisement

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଉକ୍ତ ତତ୍ତ୍ୱଟି ହେଲା ଓମେଗା-୩ ଫ୍ୟାଟି ଏସିଡ୍‌। ଏହା ଖରାପ କୋଲେଷ୍ଟରଲକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଷ୍ଟ୍ରୋକ୍‌ ଏବଂ ହୃତ୍‌ପିଣ୍ଡ ସମସ୍ୟାରୁ ଅନେକାଂଶରେ ଦୂରେଇ ରଖିଥାଏ। ଧମନୀରେ ରକ୍ତ ଅବରୋଧକୁ ମଧ୍ୟ ଏହା ସଫା କରିଥାଏ। ଅଖରୋଟ୍‌ରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯାହା ଆଜ୍‌ମା, ଏକ୍‌ଜିମା ଏବଂ ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦେଇଥାଏ। ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଖରୋଟ। ଭିଟାମିନ୍‌-ଇ କମ୍ପ୍ଲେକ୍ସର ପ୍ରମୁଖ ଉତ୍ସ ହେଉଛି ଅଖରୋଟ, ଯାହା ଗର୍ଭବତୀଙ୍କ ପାଇଁ ବେଶ୍‌ ଉପକାରୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel