କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଫଳ…

ସପୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଶୀତଦିନେ ସପ୍ତାହରେ ଥରେ ସପୁରୀ ଜୁସ୍‌ ଅଧଗ୍ଲାସେ ପିଇଲେ ବହୁ ଉପକାର ମିଳିଥାଏ। ଏଥିରେ ବ୍ରୋମାଲାଇନ୍‌ ନାମକ ଏଞ୍ଜାଇମ୍‌ ରହିଥାଏ। ଏହା ଶରୀରରେ ମ୍ୟୁକସସ୍ତରକୁ ସ୍ବାଭାବିକ କରିବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଥିବା ମ୍ୟାଗ୍ନେସିୟମ୍‌ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରଣ କରେ। ଫଳରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ହାର୍ଟଆଟାକ୍‌ ଆଶଙ୍କା ଦୂର ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସପୁରୀର ଚୋପା ମଧ୍ୟ ଶରୀର ପାଇଁ ଉପକାରୀ ଏହାର ଆଣ୍ଟିଇନଫ୍ଲାମାଟୋରୀ ଗୁଣ ଶରୀରର ଯନ୍ତ୍ରଣା ଉପଶମ କରିଥାଏ।