କୋଲେଷ୍ଟରଲ କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଦୈନନ୍ଦିନ ଖାଦ୍ୟପେୟ ତାଲିକାର ଆମେ ବିଭିନ୍ନ ପ୍ରକାର ପନିପରିବା ବ୍ୟବହାର କରିଥାଉ। ଏସବୁ ପନିପରିବା ମଧ୍ୟରେ ଆଳୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବିନା ଆଳୁରେ ରୋଷେଇ ଯେପରି ଅସମ୍ଭବ ଲାଗେ। ରୋଷେଇରେ ଆଳୁର ବିଭିନ୍ନ ପ୍ରକାର ବ୍ୟବହାରକୁ ନେଇ ଆମେ ସମସ୍ତେ ପରିଚିତ। ତେବେ ଆଳୁଚୋପା କୋଲେଷ୍ଟରଲସ୍ତର କମାଇବାରେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ, ଯାହା ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଆଳୁଚୋପାରେ ପ୍ରଚୁର ପରିମାଣରେ ଭିଟାମିନ-ବି ରହିଛି। ଏହା ଶରୀରକୁ ମଜଭୁତ କରିବା ସହ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ପ୍ରଚୁର ପରିମାଣ ଫାଇବର ହଜମ ଶକ୍ତି ବଢ଼ାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share