କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

ସକାଳେ ନିତ୍ୟକର୍ମ ସାରି ଡାଲଚିନି ଚା‘ ପିଇଲେ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟରଲସ୍ତର କମାଏ। ଏହା ସହିତ ଏହି ଚା’ ପାଚନତନ୍ତ୍ରକୁ ସ୍ବାଭାବିକ କରି ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ। ମେଦବହୁଳତା କମାଇବାରେ ଏହା ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କର କାର୍ଯ୍ୟକାରିତା ବଢ଼ାଇଥାଏ। ସେହିପରି ବିଭିନ୍ନ ବୃକକ୍‌ ଓ ମହିଳାଙ୍କ ଋତୁସ୍ରାବ ସମସ୍ୟା ଦୂର କରିଥାଏ।