କୋଲୋନ୍‌ କ୍ୟାନ୍‌ସର ଓ ଭେଣ୍ଡି

କୋଲୋନ୍‌ କ୍ୟାନ୍‌ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଭେଣ୍ଡି ଉପକାରୀ ସାବ୍ୟସ୍ତ ହୋଇଥାଏ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଭେଣ୍ଡିର ସ୍ବାସ୍ଥ୍ୟୋପକାରୀ ଗୁଣ ସମ୍ପର୍କରେ ଗବେଷଣା କରିବା ସମୟରେ ଏ ସମ୍ପର୍କରେ ଜାଣିପାରିଛନ୍ତି। ସେମାନଙ୍କ ଦ୍ୱାରା ସମ୍ପାଦିତ ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଭେଣ୍ଡି ଖାଆନ୍ତି ତେବେ ସେ କୋଲୋନ୍‌ କ୍ୟାନ୍‌ସରଠାରୁ ନିଜକୁ ଦୂରେଇ ରଖିପାରିବେ। ତା’ସହ ଏଥିରେ ଆକ୍ରାନ୍ତ ବ୍ୟକ୍ତି କେତେକାଂଶରେ ଉପଶମ ଲାଭ କରିବେ। କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଚର୍ବି ଅଂଶ କମିଥାଏ।