କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ ପାଇଁ ଲୋକେ ଅବିରରେ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା। ଝିଅ ବୋହୂମାନେ ମଧ୍ୟ ବାହାରକୁ ବାହାରି ପରସ୍ପରକୁ ଅବିର ରଙ୍ଗ ଲଗାଇଥିଲେ। ଏହାସହ ପିଲାମାନେ କେମିକାଲ ରଙ୍ଗଠାରୁ ଦୂରେଇ ଯାଇ ପାଚିଲା ବିଲାତିକୁ ଚକଟି ଓ ହଳଦୀକୁ ବାଟି ପାଣିରେ ଗୋଳି ଖେଳିଥିଲେ। ଛୋଟ ପିଲାମାନେ ଡିଜେ ବଜାଇ ରଙ୍ଗ ଖେଳି ନାଚ ଗୀତ କରି ହୋଲିର ମଜା ଉଠାଇଥିଲେ।

Share