କୋଷ୍ଠକାଠିନ୍ୟ ଦୂର କରେ ପାଳଙ୍ଗ ଶାଗ

ପାଳଙ୍ଗ ଶାଗ ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ ଅଟେ। ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗରେ ଏମିନୋ ଏସିଡ, ଭିଟାମିନ ଏ, ବି, ସି, କେ, ଇ, ଆଏରନ, ଆୟୋଡିନ, ପୋଟାସିୟମ, ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ। ପାଳଙ୍ଗ ପତ୍ରର ଜୁସ ପିଇବା ଦ୍ବାରା ପାଚନ କ୍ରିୟା ଠିକ୍‌ ରହିଥାଏ। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ ବହୁତ ଲାଭଦାୟକ ହୋଇଥାଏ। ଏହାସହ ପାଳଙ୍ଗ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ବଢ଼ିଥାଏ। ରକ୍ତର ଅଭାବ ଥିବା ବ୍ୟକ୍ତି ପାଳଙ୍ଗ ଖାଇବା ଆବଶ୍ୟକ।