ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିଲା। ତେବେ ଏହି ବର୍ଷା ବୁଧବାର ରାତିରୁ ବନ୍ଦ ହୋଇଯାଇଥିବାବେଳେ ଗୁରୁବାର ସକାଳେ କିଛି ସମୟ ଖରା ପଡ଼ିଥିଲା। ପୁଣି ସକାଳ ୧୦ଟାରୁ ପାଗ ମେଘୁଆ ସହ କୋହଲା ପବନ ବହୁଛି। ଫଳରେ ଶୀତ ଦ୍ବିଗୁଣିତ ହୋଇଛି। ଗତ କିଛିଦିନ ହେଲା ବର୍ଷା ଯୋଗୁ ଶୀତ ବୃଦ୍ଧି ପାଇଥିବାବେଳେ କୋହଲା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଗ ମେଘୁଆ ଯୋଗୁ ମଧ୍ୟାହ୍ନ ସମୟ ହୋଇଥିଲେ ସୁଦ୍ଧା ସକାଳ ଭଳି ଭ୍ରମ ସୃଷ୍ଟି କରୁଛି। ସବୁଠି ଲୋକମାନେ ନିଆଁର ସାହାରା ନେଉଥିବା ବେଳେ ପର୍ଯ୍ୟଟକ କିନ୍ତୁ ଶୀତର ମଜା ନେଉଛନ୍ତି।