କୋହଲା ପାଗକୁ ବର୍ଷା: କଲବଲ ଜନଜୀବନ

ଭୁବନେଶ୍ୱର,୮ା୨(ବ୍ୟୁରୋ): ରାଜ୍ୟରେ ହଠାତ୍‌ ପାଗରେ ପରିବର୍ତ୍ତନ ଘଟିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ସହ କୋହଲା ପବନ ବୋହୁଥିବା ଦେଖିବାକୁ ମିଳୁଛି। ଏହା ରବିବାର ପର୍ଯ୍ୟନ୍ତ ଲାଗି ରହିବ। ଅପରାହ୍ନରୁ ପାଗ ବଦଳି ୧୦ରୁ ସ୍ବାଭାବିକ ହେବ ବୋଲି ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ୭ ଜିଲାରେ ୩୦ରୁ ୪୦ କିମି ବେଗରେ ପବନ ବୋହିବ। ବର୍ଷା ଯୋଗୁ ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼ରେ ଘନ କୁହୁଡ଼ି ଦେଖାଯିବ। ୧୦ ତାରିଖ ପରେ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବା ସହ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି। ତେବେ ବର୍ଷା ସହ ପବନ ବୋହୁଥିବା ଯୋଗୁ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Share