Categories: ଖେଳ

କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଉଣ୍ଟ ମାଉଁଗନୁଇ,୨।୨- ଅନ୍ତର୍ଜାତୀୟ ଟି୨୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଛକାପଞ୍ଛା ଲାଗି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ରୋହିତ ୬୦ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହା ତାଙ୍କ କ୍ୟାରିୟରର ୨୫ତମ ଅର୍ଦ୍ଧଶତକ, ଯାହାକି ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ। ତାଙ୍କ ପଛକୁ ୨୪ ଅର୍ଦ୍ଧଶତକ ସହ ରହିଛନ୍ତି ଭାରତୀୟ ଅଧିନାୟକ କୋହଲି। ଏହି ତାଲିକାରେ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପଟିଲ ଓ ପଲ ଷ୍ଟ୍ରିଲିଙ୍ଗ ୧୭ ଅର୍ଦ୍ଧଶତକ ସହ ମିଳିତ ତୃତୀୟରେ ଅଛନ୍ତି। ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର (୧୬) ମଧ୍ୟ ରହିଛନ୍ତି।

Share