Categories: ଖେଳ

କୋହଲିଙ୍କୁ ମିଳୁନାହିଁ ଛୁଟି

ନୂଆଦିଲ୍ଲୀ,୧୯।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଫିଟ୍‌ କ୍ରିକେଟର। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ କଦାପି ଓ୍ବାର୍କଆଉଟ ସେସନ ମିସ୍‌ କରନ୍ତି ନାହିଁ ଓ ସର୍ବଦା ନିଜ ଡାଏଟ୍‌ରେ ରୁହନ୍ତି। ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ପୂର୍ବରୁ କୋହଲି ଜିମ୍‌ରେ କସରତ କରୁଥିବାବେଳର ଏକ ଭିଡିଓ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ଭାରତୀୟ ଅଧିନାୟକ ନିଜ ୮ ପ୍ୟାକ ଆବ୍ସ ଦେଖାଇ ପୁଲ ଅପ୍ସ କରୁଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ନୋ ଡେଜ ଅଫ୍‌। ଏହାର ଅର୍ଥ ଛୁଟି ମିଳୁନାହିଁ। ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟ ୩ ଦିନରେ ଶେଷ ହେଲା ପରେ ପିଙ୍କ ବଲ ଟେଷ୍ଟ ଲାଗି ପ୍ରସ୍ତୁତି ଚାଲିଛି। ଏହାସତ୍ତ୍ୱେ କୋହଲି ଜିମ୍‌ରେ ଝାଳ ବୁହାଉଛନ୍ତି।

Share