Categories: ଖେଳ

କୋହଲିଙ୍କୁ ସରପ୍ରାଇଜ ଦେଲେ ଅନୁଷ୍କା

ନୂଆଦିଲ୍ଲୀ,୨୫।୧୧- ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ରାତି ପର୍ଯ୍ୟନ୍ତ କୋଲକାତାରେ ଥିଲେ। ମ୍ୟାଚ୍‌ ସହ ଜଡ଼ିତ ସମସ୍ତ କାମ ସାରିବା ପରେ ୩୧ ବର୍ଷୀୟ କୋହଲି ମୁମ୍ବାଇ ଫେରିଆସିଥିଲେ। ସେଠାରେ ପହଞ୍ଚତ୍ବା ପରେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ସରପ୍ରାଇଜ ଦେଇଥିଲେ ପତ୍ନୀ ଅନୁଷ୍କା ଶର୍ମା। କୋହଲିଙ୍କ ଫ୍ଲାଇଟ ପହଞ୍ଚତ୍ବା ପୂର୍ବରୁ ବଲିଉଡ ଅଭିନେତ୍ରୀ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। କୋହଲି ବିମାନ ବନ୍ଦରରେ ପହଞ୍ଚତ୍ କାର ଭିତରକୁ ଏଣ୍ଟ୍ରି କରିବା କ୍ଷଣୀ ବହୁତ ଖୁସି ଥିବା ଅନୁଷ୍କା ହଗ କରିଥିଲେ। ଏହାର ଭିଡିଓ ଓ ଫଟୋ ଭାଇରାଲ ହୋଇଛି।

Share