Categories: ଖେଳ

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ନିକଟରେ ଇଂଲଣ୍ଡ ଗସ୍ତ ସମୟରେ ମଧ୍ୟ କୋହଲିଙ୍କ ବ୍ୟାଟ ଚାଲି ନ ଥିଲା। ଏହା ପରେ ସେ ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ଗସ୍ତରେ ବିଶ୍ରାମ ନେବାକୁ ସ୍ଥିର କରିଥିଲେ। କୋହଲି ବର୍ତ୍ତମାନ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ମାଧ୍ୟମରେ ପଡ଼ିଆକୁ ଫେରିବେ। ଏଥିପାଇଁ ସେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋହଲି ଏବଂ ଭାରତ ପାଇଁ ଏସିଆ କପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଟି-୨୦ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ କୋହଲିଙ୍କୁ ଏହି ଟୁର୍ନାମେଣ୍ଟ ମାଧ୍ୟମରେ ଫର୍ମକୁ ଫେରିବା ପାଇଁ ଭଲ ସୁଯୋଗ ମିଳିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋହଲିଙ୍କ ଫର୍ମ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ଗାଙ୍ଗୁଲି କହିଛନ୍ତି, ତାଙ୍କୁ ମ୍ୟାଚ ଖେଳିବାକୁ ଦିଅନ୍ତୁ, ସେ ଜଣେ ବଡ ଖେଳାଳି। ସେ ଅତୀତରେ ଅନେକ ରନ ସ୍କୋର କରିଛନ୍ତି। ମୁଁ ଆଶା କରୁଛି ସେ ଶୀଘ୍ର ଫର୍ମକୁ ଫେରିବେ। ମୁଁ ନିଶ୍ଚିତ ଯେ ସେ ଏସିଆ କପରେ ନିଶ୍ଚିତ ଫର୍ମକୁ ଫେରିବେ।
ଅନ୍ତର୍ଜାତୀୟ କ୍ରିକେଟରେ ଗତ ୩ ବର୍ଷ ହେବ କୋହଲି କୌଣସି ଫର୍ମାଟରେ ଶତକ ହାସଲ କରିପାରିନାହାନ୍ତି। ନଭେମ୍ବର ୨୦୧୯ରେ କୋଲକାତାର ଇଡେନ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ପିଙ୍କ୍‌ ବଲ ଟେଷ୍ଟରେ ସେ ଏକ ଶତକ ହାସଲ କରିଥିଲେ।

Share