କୋହଲିଙ୍କ ଟ୍ରିମ୍‌ ଆଟ୍‌ ହୋମ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ନେଇ ଆସନ୍ତି ସେଲିବ୍ରିଟି। ଆଉ ଲୋକେ ବି ଏହାକୁ ଖୁବ୍‌ ଆପଣେଇବାର ଦେଖିବାକୁ ମିଳିଥାଏ। ଏବେ ଏମିତି ଏକ ଚ୍ୟାଲେଞ୍ଜ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି। ସେ ଏବେ ସୋସିଆଲ ମିଡିଆରେ ‘ଟ୍ରିମ୍‌ ଆଟ୍‌ ହୋମ୍‌’ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି।
କୋହଲି ଏଭଳି ଏକ ଚ୍ୟାଲେଞ୍ଜ ନେଇ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କୋହଲି ତାଙ୍କ ଦାଢ଼ି ଟ୍ରିମ୍‌ କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ସହିତ ସେ କ୍ୟାପ୍‌ସନ୍‌ ଦେଇ କହିଛନ୍ତି ଯେ, ଏବେ ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଛନ୍ତି। ତେଣୁ ନିଜ ଲୁକ୍‌କୁ ସୁନ୍ଦର କରି ରଖିବା ପାଇଁ ସବୁ ପ୍ରୟାସ କରିବା ଉଚିତ୍‌। ସେଥିପାଇଁ ସେ ନିଜେ ତାଙ୍କର ଦାଢ଼ି ଟ୍ରିମ୍‌ କରି ନିଜକୁ ଏକ ନୂଆ ଲୁକ୍‌ ଦେଉଛନ୍ତି। ତେଣୁ ତାଙ୍କ ଭଳି ସମସ୍ତେ ନିଜକୁ ନୂଆ ଲୁକ୍‌ ଦେବାକୁ ସେ ‘ଟ୍ରିମ୍‌ ଆଟ୍‌ ହୋମ୍‌’ ଚ୍ୟାଲେଞ୍ଜ ଦେଇଛନ୍ତି। କୋହଲିଙ୍କର ଏହି ଚ୍ୟାଲେଞ୍ଜ ନେଇ ଏବେ ବହୁ ମଜାଦାର ଜବାବ ବି ମିଳୁଛି।

Share